Sunday, 26 June 2016

Chiriki Pakaile || ଚିରିକି ପକାଇଲେ ||-ଯଦୁମଣିଙ୍କ ଗପପେଡି-stories of Jadumani

jitendra jenasamanta / / 0

ଦିନେ ନୂଆଗଡ ରାଜସଭାରେ କବି ପଣ୍ଡିତମାନେ ଉପସ୍ଥିତ ଥିବା ସମୟରେ ରାଜା ଯଦୁମଣିଙ୍କୁ କହିଲେ ଗୋଟିଏ ହାସ୍ୟପୂର୍ଣ ରଚନା ପ୍ରକାଶ କର । କେତେଦିନ ପୂର୍ବରୁ ଚକ୍ରପାଣି ପଟ୍ଟନାୟକ ଦ୍ଯିତୀୟଥର ରାଜଦରବାରକୁ ଆସି ବିଦାୟ ଘେନି ଯାଇଥିଲେ । ବାର୍ଦ୍ଧକ୍ୟ ହେତୁ ତାଙ୍କର ସେ ପୂର୍ବ ଉତ୍ତେଜନା ଆଉ ନଥିଲା ।
ଜଣେ ସଭାସଦ ତାଙ୍କୁ ଲକ୍ଷ୍ୟକରି କହିଲେ ଚକ୍ରପାଣି ପଟ୍ଟନାୟକଙ୍କ ନାମ ସାଥିରେ ସେ ହସ୍ୟରସଟି ମିଶିଲେ ଭଲ ହୁଆନ୍ତା । ରାଜା ମଧ୍ୟ ସେଥିରେ ହଁ ଭରିଲେ । ତହୁଁ ପ୍ରବୀଣ ଏବଂ ଚତୁର ଯଦୁମଣି ଗୋଟିଏ ଗଦ୍ୟାତ୍ମକ କବିତା ଗାନକଲେ—
ଚୈତନ୍ୟ ଚ୍ୟାଉଙ୍କ ଚୂନ ଚାନ୍ଦେନୀରେ
ଚକ୍ରପାଣି ପଟ୍ଟନାୟକ
ଚୂଡା ଚଲହା ଗୁଡ ଚକଟୁ ଚକଟୁ
ଚିରିକି ପକାଇଲେ ।
ହସରେ ସଭା ଭାଙ୍ଗିପଡିଲା । ଯଦୁମଣିଙ୍କର କାଳନ୍ଦୀଚରଣ ଚ୍ୟାଉ ପଟ୍ଟନାୟକଙ୍କ ସାଥିରେ ତ ବିରୋଧ ଥିଲା ଯୁବାବେଳୁ । ତେଣୁ ତାଙ୍କରି ବାପ ଚୈତନ୍ୟ ଚ୍ୟାଉଙ୍କ ଚୂନ ଚାନ୍ଦିନୀ ବାଢନ୍ତେ ସେ ମଧ୍ୟ ଆନନ୍ଦିତ ହୋଇଗଲେ ।

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes