Sunday, 26 June 2016

stories of Jadumani || Jadumani Rahasya – ଦେଖି ମଳ ହଳଦିଆ ~: ଦେଖି ମଳ ହଳଦିଆ :~

jitendra jenasamanta / / 0
କବି ଯଦୁମଣିଙ୍କର ଗାଁ ଭିଟାମାଟିରେ ଜଣେ ତେଲି ମହାଜନ ଥାଏ | ସେ ଭାରି କୃପଣ | ପେଟକୁ ଖାଏ ନାହିଁ | କେବଳ ମାଣ୍ଡିଆ ଜାଉ ଓ ଲୁଣ ଲଙ୍କାରେ ତା’ର ଦିନ ଯାଏ | ତା’ର ସ୍ତ୍ରୀ କୁ ମଧ୍ଯ ଅବିଶ୍ବାସ | କାଳେ ତାକୁ ଲୁଚାଇ ସେ ଭଲ ମନ୍ଦ ଖାଉଥିବ | ତେଣୁ ସ୍ତ୍ରୀ ଖାଇବାକୁ ମଧ୍ଯ ଜଗି ବସିଥାଏ |
ସେ ତେଲି ମହାଜନ କାରବାର କରେ | ବେଶୀ ସୁଧ ନିଏ | ବିଚରା ଯଦୁମଣି ବଡ ହଇରାଣ ହେଉଥାନ୍ତି | ଦୁର୍ଭିଖ୍ୟ ଯୋଗୁ ଫସଲ ନଥାଏ | ଯଦୁମଣି ତେଲି ମହାଜନକୁ ଘୃଣା କରୁଥିଲେ ହେଁ – ଅଭାବେ ସ୍ବଭାବ ନଷ୍ଟ ଭଳି କିଛି ତଙ୍କା ଉଧାର ପାଇଁ ତା’ ଦୁଆରକୁ ଗଲେ | ମହାଜନ ତ ଉଧାର ଦେଲା ନାହିଁ… ଓଲଟି ଗାଳିଦେଲା |
ଯଦୁମଣି ରାଗିଗଲେ | ହେଲେ ସେ ବା ମହାଜନଙ୍କୁ ଇତର ଲୋକ ପରି କ’ଣ ଗଳି କରିବେ | ପଦେ ଗୀତ ଲେଖି ସାହିର ବଗୁଲିଆ ଟୋକାଙ୍କୁ ଶିଖାଇ ଦେଲେ –
 “ଘଣାରେ ଶାବଳ ଦିଆ
ଯାତି ଗୀତି ବଳଦିଆ,
ଭାରିଯାକୁ ବୋଲେ ଘରୁ ତୁ ବାହାରି ଯା,
ଦେଖି ମଳ ହଳଦିଆ |”
ନିକିତି ତଉଲ ସାନ ବଡ କୁ
ଭାରୀ ହୁଏ ଯିଏ ରହେ ତଳକୁ
ପିଲାଏ ମହାଜନ ଯିବା ଆସିବା ବାଟରେ ଏ ଗୀତ ଗାଇଲେ | ମହାଜନ ଲଜ୍ଜିତ ହେଲେ ଆଉ ଜାଣିଲେ ଏ କାମ ନିଶ୍ଚୟ ଯଦୁମଣିର | ସେଦିନ ଯଦୁମଣିଙ୍କ ନିକଟକୁ ଯାଇ ଖ୍ଯମା ମାଗିଲେ | ସେହିଦିନଠାରୁ ସେ ତାଙ୍କ ସହିତ ବନ୍ଧୁ ବାନ୍ଧିଲେ | ସମୟ ଅସମୟରେ ଯଦୁମଣିଙ୍କୁ ଧାର ଉଧାର ଦେଲେ 

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes