Tuma Bina ତୁମ ବିନା-A Odia Kabita
Tuma Bina ତୁମ ବିନା~~~~ଉପସ୍ଥାପନା: ଶ୍ଵେତରୂପା~~~~
ତୁମ ବିନା ଯେଉ ଯନ୍ତ୍ରଣା ମୁ ପାଏ..
ତୁମେ କୁହ ବୁଝିକି ପାରିବ କେବେ..
ଆଖିରେ ମୋର ନିରବ ଅନୁରୋଧ…
ରୁଦ୍ଦ ବେଦନାର ଜଳ ହୋଇ ଝରିଯାଏ…
ମନରେ ଅନେକ ଭାବନାର ଜୁଆର….
ପାଟି ପାଖରେ କଥା ଥାଏ..ହେଲେ ଓଠୋ କୁ କଥା ଆସେ ନାହି…
ଆଖି କିନ୍ତୁ କହିଚାଲିଥାଏ…ଅନେକ କଥା…
ମନଟା କ୍ଲାନ୍ତ ହୋଇପଡେ…
ଅସ୍ବସ୍ତିକର ମନେ କରେ ତୁମଅନୁପସ୍ତିତି ରେ..
ଅସ୍ତିର ମନକୁ କେବଳ ସାନ୍ତ୍ବନା ଦେଇ ଚାଲେ..ଘଡି କୁ ଘଡି…
ପାଖରେ ଥିଲେ ତୁମେ ସବୁ କ୍ଲାନ୍ତି ଦୁର ହୋଇଯାଏ…
ମନଟା ଆନନ୍ଦରେ ଫୁଲିଉଠେ…
ହାତ ବଢାଇଲେ ତୁମକୁ ଛୁଇ ପାରିବି..
ହେଲେ ଆମ ଦୁହିଙ୍କ ଭିତରେ ଅଜସ୍ର ବ୍ୟବଧାନ…
ଏଇ ବ୍ୟବଧାନ କେବେ କମିବ କି ନାହି ମଧ୍ୟ ଜଣା ନାହି ମତେ…
ଅବଶିଷ୍ଟ ଜୀବନ ପାଇ କେବଳ ଅଶେଷ ଶକ୍ତି ସଞ୍ଛୟ କରୁଛି….
ତୁମ ବିନା ବଞ୍ଛିବା ପାଇ ବଞ୍ଚିବାର ବାହାନା କରୁଛି.
0 comments: